ଉଦ୍ଧାର ହେଲା ଆହତ ମାଙ୍କଡ଼ ଛୁଆ, ବନ ବିଭାଗର ‘ଗ୍ରୀନ୍ ୱାରିୟର୍ସ’ଙ୍କୁ ପ୍ରଶଂସା

You are currently viewing ଉଦ୍ଧାର ହେଲା ଆହତ ମାଙ୍କଡ଼ ଛୁଆ, ବନ ବିଭାଗର ‘ଗ୍ରୀନ୍ ୱାରିୟର୍ସ’ଙ୍କୁ ପ୍ରଶଂସା

ଅନୁଗୋଳ: ଅନୁଗୋଳ ବନ ବିଭାଗର ତତ୍ପରତା ଯୋଗୁଁ ଏକ ବିପନ୍ନ ଜୀବନ ବଞ୍ଚିଯାଇଛି। ୧ ଜୁଲାଇ ସନ୍ଧ୍ୟାରେ ତାଳଚେର ରେଞ୍ଜ ଅନ୍ତର୍ଗତ ବାଉଳିଗଡ଼ ଗ୍ରାମରୁ ଏକ ଆହତ ମାଙ୍କଡ଼ ଛୁଆକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଗ୍ରାମର ମୟୂଖ ସାମଲଙ୍କଠାରୁ ସୂଚନା ପାଇ ଅନୁଗୁଳ ବନ ବିଭାଗ କଣ୍ଟ୍ରୋଲ ରୁମ୍ ସକ୍ରିୟ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି ବନ କର୍ମଚାରୀମାନେ ପ୍ରାୟ ଏକ ମାସର ଆହତ ମାଙ୍କଡ଼ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତୁରନ୍ତ ତାକୁ ତାଳଚେର ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ଛୁଆଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାବେଳେ ତାଳଚେର ରେଞ୍ଜ କାର୍ଯ୍ୟାଳୟରେ ତା’ର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି।
ଏହି ସଫଳ ଅପରେସନରେ ବନରକ୍ଷୀ ମନ୍ମଥ ମହାନ୍ତି, ହାତୀ ସ୍କ୍ୱାଡ୍‌ର ଚନ୍ଦନ ସାମଲ, ଗଜମିତ୍ର ପ୍ରଦ୍ୟୁମ୍ନ ସାହୁ ଏବଂ କେଦାର ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବନ୍ୟଜନ୍ତୁଙ୍କ ପ୍ରତି ସେମାନଙ୍କର ଏହି ନିଷ୍ଠା ଓ ସମୟୋଚିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

Share

Leave a Reply