ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ପୁଲିସ୍ ସୂଚନା ମୁତାବକ, କଣିହାଁ ଥାନା ପୁଲିସ୍ ବୁଧବାର କୁମୁଣ୍ଡା ସିଙ୍ଗିଡାରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୬ ଅଭିଯୁକ୍ତଙ୍କୁ କାବୁ କରିବା ସହ ୧୦ ଟନ୍ କୋଇଲା, ଗୋଟିଏ ବାଇକ୍ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ କଣିହାଁ ଥାନା କୁମୁଣ୍ଡା ଗ୍ରାମର ନରି ସାହୁ, କବି ସାହୁ, ପ୍ରଫୁଲ ବେହେରା, ଦୁଷ୍ମନ୍ତ ପ୍ରଧାନ, ଲୋକନାଥ ସାହୁ ଓ ସୁମନ୍ତ ସାହୁ ବୋଲି ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ସମଲ ପୁଲିସ୍ ସ୍ଥାନୀୟ ବ୍ୟାରେଜ୍ ଟୋଲ୍ ଗେଟ୍ ଠାରେ ପେଟ୍ରୋଲିଂ କରୁଥିବା ବେଳେ ୮ଟି କୋଇଲା ବୋଝେଇ ସ୍କୁଟର ସହିତ ମୋଟ୍ ୨୪କୁଇଣ୍ଟାଲ୍ ଚୋରା କୋଇଲା ଜବତ କରିଥିଲା। ଏଥ୍ ସହିତ ସମଲ ଥାନା କୁଲେଇ ଗ୍ରାମର କାଳନ୍ଦୀ ପ୍ରଧାନ(୪୬), ଅରୁଣ ସାମଲ(୨୪), ପ୍ରଶାନ୍ତ ସାମଲ(୨୬), ପ୍ରଶାନ୍ତ ବେହେରା(୩୦), ଅର୍ଜୁନ ମହାନ୍ତି(୪୧) ଏବଂ ମହିଧରପୁର ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନ(୪୫), ପଙ୍କଜ ଲୋଚନ ପ୍ରଧାନ(୪୦) ଏବଂ ବାରୁଆଁ ଗ୍ରାମର ବସନ୍ତ ନାଏକ (୨୮)କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ, ସମସ୍ତ ଅଭିଯୁକ୍ତ ବଲାଙ୍ଗି ସାଇଡିଂ ଆଡୁ ସମଲ ଚକ୍ରାଶିଳା କଲୋନୀ ଦେଇ ବ୍ରିଜ୍ ଅଭିମୁଖେ ଯାଉଥିବା ବେଳେ ଧରା ପଡ଼ିଥିଲେ।
କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ
- Post published:April 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
