ଅନୁଗୁଳ : ଅନୁଗୁଳ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁରପେଟା ଡ୍ୟାମ୍ ନିକଟ କସ୍ତୁରୀ ହୋଟେଲ୍ ଠାରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ଶିବିରରେ ମୋଟ୍ ୬୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥଲା। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବ ବିଜେଡିର ଉପ ସଭାପତି ସତ୍ୟବ୍ରତ ଦେହୁରୀ ଓ ଯୁବ ବିଜେଡି ବ୍ଳକ ସଭାପତି ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶିବିର ଆୟୋଜିତ ହୋଇଥିଲା । ଗୋପବନ୍ଧୁ ସାହୁ, ଖଗପତି ପ୍ରଧାନ, ତପନ ସାହୁ, ସୁବୋଧ ସାହୁ, ଅଭିନାଶ ସାହୁ, ମୋତିଲାଲ୍ ଦେହୁରୀ ଓ ସୌମ୍ୟରଞ୍ଜନ ଦେହୁରୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ଶିବିରରେ ସନ୍ତରାବନ୍ଧ ଗ୍ରାମର ସ୍ଵେଚ୍ଛାସେବୀ ସିଦ୍ଧେଶ୍ଵର ଦାସ ଜୀବନର ୫୧ତମ ରକ୍ତଦାନ କରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
୬୬ ୟୁନିଟ୍ ରକ୍ତ ସଂଗୃହୀତ
- Post published:June 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
