ଡ୍ରେନରେ ପଶିଲା ମାରୁତି ଇକୋ, ଅଳ୍ପକେ ବଞ୍ଚିଗଲେ ଚାଳକ

You are currently viewing ଡ୍ରେନରେ ପଶିଲା ମାରୁତି ଇକୋ, ଅଳ୍ପକେ ବଞ୍ଚିଗଲେ ଚାଳକ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ଶିମିଳି ସାହି ୫୫ନମ୍ବର ଜାତୀୟ ରାଜପଥରେ ତିଆରି ଚାଲିଥିବା ନୂତନ ଡ୍ରେନରେ ଏକ ମାରୁତି ଇକୋ କାରଗଳିପଡ଼ିଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ କାର୍ଯ୍ୟ ସାରି ରବିବାର ବିଳମ୍ୱତ  ରାତିରେ ବଅଁରପାଳ ଅଭିମୁଖେ କାରଟି ଆସୁଥିବା ବେଳେ ରାଜପଥର ନବୀକରଣ ଓ ରାସ୍ତା ପାର୍ଶ୍ଵ ଡ୍ରେନରେ ଗଳିପଡିଥିଲା। ଏଠାରେ କୌଣସି ବିପଦ ସଂକେତ ଚିହ୍ନ ଦିଆଯାଇ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ତେବେ ଗତ ୪ ମାସ ହେବ ଏହି ଡ୍ରେନ୍ କାର୍ଯ୍ୟ ଚାଲିଛି। କିନ୍ତୁ କୌଣସି ବିପଦ ସଙ୍କେତ କି ବ୍ୟାରିକେଡ୍ ନ ଥିବାରୁ କେତେବେଳେ ଗାଈ ଗୋରୁ ତ ଆଉ କେତେବେଳେ ଦୁଇ ଚକିଆ ଯାନ ଓ ଭାରି ଯାନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply