ତାଳଚେର ଥାନାରୁ ଅଭିଯୁକ୍ତ ଛୁ, ଦୀର୍ଘ ସମୟ ଖୋଜିବା ପରେ ଘରୁ ପୁଣି ଗିରଫ କଲା ପୋଲିସ

0

ତାଳଚେର: ତାଳଚେର ଟାଉନ ଥାନାରୁ ଅଭିଯୁକ୍ତ ଫେରାର। କୋର୍ଟ ଚାଲାଣ ହେବା ପୂର୍ବରୁ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, ନୂଆପଡ଼ା ଗ୍ରାମର ଜଣେ ଯୁବକ କୌଣସି ଏକ ମାମଲାରେ ସମ୍ପୃକ୍ତ ଥିବାରୁ ପୋଲିସ ତାକୁ ଗିରଫ କରି ଥାନାରେ ରଖିଥିଲେ। ସେ ଆଜି କୋର୍ଟ ଚାଲାଣ ହେବାର ଥିଲା। କିନ୍ତୁ ଆଜି ସକାଳ ପ୍ରାୟ ୫ଟା ସମୟରେ ଅଭିଯୁକ୍ତ ଜଣକ ପୋଲିସ୍‌କୁ ଚକମା ଦେଖାଇ ଥାନାର ପାଚେରୀ ଡେଇଁ ଛୁ ମାରିଛି।

ପୋଲିସ୍ ତାକୁ ଗୋଡ଼ାଇ ଗୋଡ଼ାଇ ତାଳଚେର ଟାଉନ ସ୍ଥିତ ସୌଭାଗ୍ୟ ସାଗର ପୋଖରୀହୁଡ଼ା ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ପତ୍ତା ପାଇ ନ ଥିଲେ। ପରେ ଅଭିଯୁକ୍ତର ଘରେ ଚଢ଼ଉ କରିବାରୁ ସେଠାରେ ସେ ଥିଲେ। ତାଙ୍କୁ ପୁଣି ଗିରଫ କରି ପୋଲିସ ଥାନାକୁ ଆଣିଛି। ତେବେ ଏହି ଘଟଣା ପରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.

error: Content is protected !!