ପୂର୍ବ ଶତ୍ରୁତାରୁ ପଡ଼ୋଶୀକୁ ନିଆଁ ଲଗାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

You are currently viewing ପୂର୍ବ ଶତ୍ରୁତାରୁ ପଡ଼ୋଶୀକୁ ନିଆଁ ଲଗାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୬ ମସିହାରେ ପଡ଼ୋଶୀକୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୁକ୍ତ ଅନାମ ନାଏକକୁ ଆଜି କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୪୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି।

ସୂଚନା ମୁତାବକ, ୨୦୧୬ ମସିହା ଫେବୃୟାରୀ ୨୮ ରେ ପୂର୍ବ ଶତ୍ରୁତାରୁ ଅନୁଗୁଳ ଗିତାଗ୍ରମ ସ୍ଥିତ ସନ୍ତୋଷୀ ମା’ ମନ୍ଦିର ନିକଟରେ ଘରେ ଶୋଇଥିବା ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ମଦ ନିଶାରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା। ନିଆଁ ଏତେ ବ୍ୟାପକ ଥିଲା ଯେ ଛବି ନାଏକ ଘରୁ ବାହାରି ନପାରି ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ।

ଏ ନେଇ ଛବିଙ୍କ ବାପା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଜିଲ୍ଲା ଓ ଦୌରାଜଜ ପ୍ରଣବ କୁମାର ପାତ୍ର ଅଭିଯୁକ୍ତ ଅନାମକୁ ଦଫା ୪୩୬ ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା, ଅନାଦେୟ ଅଧିକ ୪ ମାସ କାରାଦଣ୍ଡ ଓ ଦଫା ୩୦୨ ରେ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା, ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ଦେବତା ପରିଚାଳନା କରିଥିଲେ।

Share

Leave a Reply