ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି।
‘ଅପରେସନ୍ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିରରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏଣୁ ଉତ୍ତର ଏବଂ ପଶ୍ଚିମ ଭାରତର ଅତି କମ୍ରେ ୧୮ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ବିମାନବନ୍ଦର ମଧ୍ୟରେ ଶ୍ରୀନଗର, ଜମ୍ମୁ, ଲେହ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଶିମଲା, ଧର୍ମଶାଳା ଏବଂ ଜାମନଗର ରହିଛି।
ସୂଚନା ଅନୁଯାୟୀ, ଅପରେସନ ସିନ୍ଦୂର ପରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। କେବଳ ଇଣ୍ଡିଗୋ ପ୍ରାୟ ୧୬୫ଟି ବିମାନ ବାତିଲ କରିଛି।