ଅନୁଗୁଳ: ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣରେ ବିଫଳ ହୋଇ ପ୍ରେମିକ ଫେସବୁକ୍ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । ପ୍ରାପ୍ତ ସୂଚନା ମୁତାବକ, ଗତ ୨୦ ତାରିଖରେ ଶ୍ରୀକାନ୍ତ ନାହାକ(୨୨) ନାମକ ଜଣେ ଯୁବକ ତାଙ୍କ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ତେବେ ଢେଙ୍କାନାଳ ଜିଲ୍ଲା ସାତମାଇଲଠାରେ ପୁଲିସ ଚେକିଂରେ ସନ୍ଦେହରେ ଧରାପଡ଼ିଥିଲେ । ନାବାଳିକାଙ୍କୁ ପୁଲିସ ପରିବାରକୁ ହସ୍ତାନ୍ତର କରିଥିଲେ । ଏ ନେଇ ଗାଁରେ ବୈଠକ ଅନୁଷ୍ଠିତ ହୋଇ ସମାଧାନ ହୋଇଥିଲା । ତେବେ ସୋମବାର ଶ୍ରୀକାନ୍ତ ତାଙ୍କ ଫେସ୍ବୁକ୍ରେ ନାବାଳିକାଙ୍କ ନାମରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଛନ୍ତି । ଏ ନେଇ ନାବାଳିକାଙ୍କ ମା’ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳୀନ ମନ୍ତବ୍ୟ ଅଭିଯୋଗ
- Post published:February 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
