କେନ୍ଦ୍ରୀୟ ନିରୀକ୍ଷଣ ଦଳଙ୍କ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ

You are currently viewing କେନ୍ଦ୍ରୀୟ ନିରୀକ୍ଷଣ ଦଳଙ୍କ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ

ଅନୁଗୋଳଲ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନଙ୍କ ଆନୁକୂଲ୍ୟରେ ଏକ କେନ୍ଦ୍ରୀୟ ନିରୀକ୍ଷଣ ଦଳ ପରିଦର୍ଶନ କରିଛନ୍ତି।
ନିରୀକ୍ଷଣ ଦଳରେ ନୂଆଦିଲ୍ଲୀ ଏକାଡେମିକ୍ କାଉନସିଲ ଇଂରାଜୀ ବିଭାଗର ଯଶୋବନ୍ତ ନାୟକ, ପଞ୍ଜାବ ଫତେଗଡ଼ ଡିଆଇଇଟି କଲେଜ ଉପାଧ୍ୟକ୍ଷ କନୱଲଦୀପ ସୋହୀ, କଲିକତା ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର କୌଶିକ ଦାସ, ପଞ୍ଜାବ ଏସସିଇଆରଟି ସହ ନିର୍ଦ୍ଦେଶକ ଡ. ଆନନ୍ଦ ଗୁପ୍ତା ପ୍ରମୁଖ ଉପସ୍ଥିତ ଅଛନ୍ତି।

ପରିଦର୍ଶନ ବେଳେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦ ଏବଂ ବିଦ୍ୟା ଭାରତୀଙ୍କ ଆଧାରଭୂତ ବିଷୟ ସହିତ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପଞ୍ଚକୋଷ ବିକାଶ ସମ୍ବନ୍ଧରେ ନିରୀକ୍ଷଣ କରାଯିବ। ଏହି କାର୍ଯ୍ୟରେ ଶିକ୍ଷା ବିକାଶ ସମିତିର ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ସୁବ୍ରତ ପଟ୍ଟନାୟକ, ବିଦ୍ୟାଳୟ ସଭାପତି ଡ. ସୁଧାକର ପାଳ, ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ ମୋଦୀ, ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ, ଯୁକ୍ତ ଦୁଇ ଅଧ୍ୟକ୍ଷ ଡ. ସିଦ୍ଧନାଥ ସାହୁ ପ୍ରମୁଖ ସହଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧିକାରୀମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ବିଦ୍ୟାଳୟର ବିଭିନ୍ନ ବିଭାଗର କ୍ରିୟାକଳାପ ପ୍ରଦର୍ଶନ କରାଯାଇଛି। ନିରୀକ୍ଷଣ କାର୍ଯ୍ୟ ଚାରି ଦିନ ଧରି ଚାଲିବ।

Share

Leave a Reply