ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଅଘଟଣ

You are currently viewing ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଅଘଟଣ

ଅନୁଗୁଳ:ଅନୁଗୁଳ ଜିଲା ସଦର ଥାନା ମୂଷାପାପୁଲି ଗାଁ ରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଚାଲିଗଲା ଜୀବନ। ମୃତକ ଜଣକ ହେଲେ ସେଇ ଗାଁ ର ଧୀର ସାହୁ। ସୂଚନା ମୁତାବକ ଧୀର ଗାଁ ରେ ବିଜୁଳି ନଥିବା ବେଳେ ଟ୍ରାନ୍ସଫରମର କୁ ମରାମତି ପାଇଁ ଚଢି ଥିଲେ। ମରାମତି କରୁଥିବା ବେଳେ ବିଜୁଳି ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରାନ୍ସଫର୍ମର ଉପରେ ମୃତ ଦେହ ଝୁଲି ରହିଛି। ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣା ସ୍ଥଲରେ ବିଦ୍ୟୁତ କର୍ମଚାରୀ କିମ୍ବା ପୋଲିସ ପହଁଚି ନଥିବା ବେଳେ ଉତ୍ତେଜନା ଦେଖା ଦେଇଛି।

Share

Leave a Reply