ଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ

You are currently viewing ଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ

ଅନୁଗୁଳ: ଓଡ଼ିଆ ପକ୍ଷ ଅବସରରେ ଅନୁଗୁକ ପୌରପାଳିକା ପକ୍ଷରୁ ଆଜି ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ବୁଢ଼ୀ ଠାକୁରାଣୀ ମନ୍ଦିର ତଥା ତାହାର ଆଖ ପାଖରେ ଥିବା ଅନ୍ୟ ସମସ୍ତ ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ସଫେଇ କରାଯାଇଥିଲା। ନିୟମିତ ସଫେଇ କର୍ମଚାରୀଙ୍କ ସମେତ ପୌର କର୍ମଚାରୀ, ସ୍ୱଚ୍ଛ ସାଥି ଏହି ସଫେଇ ଅଭିଯାନ ରେ ସାମିଲ ହୋଇଥିଲେ। ସଫେଇ ସାଙ୍ଗକୁ ମନ୍ଦିର ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯାଇଥିଲା। ଏହି ଅଭିଯାନ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ,ମୁଖ୍ୟ କିରାଣୀ ଅଟଳ କୁମାର ଦେବତା, ପରିମଳ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ଟିକସ ଦାରୋଗା ବିଭୁତି ମହାରଣା ଓ ଅନ୍ୟ ବହୁ କର୍ମଚାରୀ ସାମିଲ ହୋଇଥିଲେ।

Share

Leave a Reply