ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ଛିନତାଇ ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ଶୁକ୍ରବାର ସନ୍ଧ୍ୟାରେ ସହରର ଗାନ୍ଧିମାର୍ଗ ଗୁଜୁରାତି ପଡାରେ ଜଣେ ନାବାଳିକାଙ୍କ ବେକରୁ ବୁଲେଟ ମୋଟର ସାଇକେଲରେ ଆସି ଜଣେ ଲୁଟେରା ଲୁଟ କରିଥିଲା। ଏହାର ୨୪ ଘଣ୍ଟା ନ ପୁରୁଣୁ ଶନିବାର ସନ୍ଧ୍ୟାରେ ସହରର ବିଇଡି କଲେଜ ଛକଠାରେ ଶୁଶୁଡ଼ାର ମଧୁସ୍ମିତା ସେଠୀଙ୍କଠାରୁ ତାଙ୍କ ବ୍ୟାଗ୍ ଛିନତାଇ ହୋଇଛି। ସୂଚନା ଅନୁସାରେ, ମଧୁସ୍ମିତା ଏକ ଘରୋଇ ଚିକିତ୍ସାଳୟରେ କାମ କରନ୍ତି। ସନ୍ଧ୍ୟା ୬ଟାରେ କାମସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ବିଇଡି ଛକ ନିକଟରେ ମିଶ୍ରପଡ଼ା ଆଡୁ ଏକ ବୁଲେଟ ମୋଟର ସାଇକେଲରେ ଜଣେ ଯୁବକ ସାଇକେଲ ବାସ୍କେଟରେ ଥିବା ତାଙ୍କ ବ୍ୟାଗଟି ନେଇ ପଳାଇଥିଲା। ଏହି ବ୍ୟାଗରେ ୨ ହଜାର ଟଙ୍କା, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଥିଲା। ଏ ନେଇ ମଧୁସ୍ମିତା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଚିରାଚରିତ ଢ଼ଙ୍ଗରେ ଘଟଣାର ତଦନ୍ତ କରୁଛି।
ଅନୁଗୁଳ ସହରରେ ପୁଣି ଛିନତାଇ
- Post published:November 28, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul