ଅନୁଗୁଳ ‘ଶ୍ରୀ ମେଟାଲିକ୍ସ’ ଦୁର୍ଘଟଣା: ଜିଲ୍ଲା ପ୍ରଶାସନର ଶୋକ ଓ କ୍ଷତିପୂରଣ ଘୋଷଣା

You are currently viewing ଅନୁଗୁଳ ‘ଶ୍ରୀ ମେଟାଲିକ୍ସ’ ଦୁର୍ଘଟଣା: ଜିଲ୍ଲା ପ୍ରଶାସନର ଶୋକ ଓ କ୍ଷତିପୂରଣ ଘୋଷଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରୀ ମେଟାଲିକ୍ସ କାରଖାନାରେ ଘଟିଥିବା ଦୁର୍ଘଟଣାରେ ୩ ଶ୍ରମିକଙ୍କ ପ୍ରାଣହାନିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି ଅଭାବନୀୟ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ସମସ୍ତ ପ୍ରକାର ଆଇନଗତ ସହାୟତା ଏବଂ ସରକାରୀ ପ୍ରାପ୍ୟ ଯଥାଶୀଘ୍ର ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଦୁର୍ଘଟଣା ଗତ ୪ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ଛେଣ୍ଡିପଦା ବ୍ଲକ ପରଙ୍ଗସ୍ଥିତ ପ୍ଲାଣ୍ଟର ଡିଆରଆଇ ୟୁନିଟରେ ଘଟିଥିଲା। ସେଠାରେ ଥିବା କିଲାନ-୧ରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ପିଣ୍ଟୁ କୁମାର, ଶ୍ରୀଧର ବାଘଲ୍ ଏବଂ ମଙ୍ଗଳ ମାଝୀଙ୍କର ଅକସ୍ମାତ ମୃତ୍ୟୁ ଘଟିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ କିଲାନ-୧କୁ ବନ୍ଦ କରାଯିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାରଖାନାର ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ କ୍ଷତିପୂରଣ ବାବଦକୁ ପ୍ରାୟ ୧୯ ଲକ୍ଷ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

Share

Leave a Reply