ଅନୁଗୁଳରେ ପୁଣି ସେକ୍ସ ର‍୍ୟାକେଟ୍ ଠାବ: ତାମ୍ରିତ କଲୋନୀ ନିକଟରେ ଚଢ଼ାଉ, କିଛି ଅଟକ

You are currently viewing ଅନୁଗୁଳରେ ପୁଣି ସେକ୍ସ ର‍୍ୟାକେଟ୍ ଠାବ: ତାମ୍ରିତ କଲୋନୀ ନିକଟରେ ଚଢ଼ାଉ, କିଛି ଅଟକ

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ସ୍ଥାନୀୟ ତାମ୍ରିତ କଲୋନୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇ ଅନୁଗୁଳ ଟାଉନ ଥାନା ପୁଲିସ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା କିଛି ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଆଣି ବର୍ତ୍ତମାନ ପଚରାଉଚରା ଜାରି ରଖିଛି।
ତଦନ୍ତକାରୀ ଦଳ ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ସମେତ ବିଭିନ୍ନ ଲୋକଙ୍କ ଯୋଗାଯୋଗ ନମ୍ବର ଥିବା ଏକ ତାଲିକା ଜବତ କରିଛି।

ଏହି ନମ୍ବରଗୁଡ଼ିକୁ ଆଧାର କରି ପୁଲିସ ନିଜର ତଦନ୍ତ ପରିସରକୁ ବୃଦ୍ଧି କରିଛି। ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏହି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହି ର‍୍ୟାକେଟ୍ ପଛରେ ଆଉ କେଉଁମାନଙ୍କ ହାତ ରହିଛି, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

Share

Leave a Reply