ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଗୁଳ ଓଷ୍ଟା ପକ୍ଷରୁ ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ରାଜ୍ୟରେ ଦେଖାଦେଇଥିବା ଶିକ୍ଷକ ନିଯୁକ୍ତି ସମସ୍ୟା,ପଦୋନ୍ନତି,ସ୍କୁଲମାନଙ୍କରେ ଭିତ୍ତିଭୂମିର ଅଭାବ ରୁ ଶିକ୍ଷାଦାନ ରେ ଅସୁବିଧା ଆଦି ସମ୍ପର୍କରେ ଆଲୋଚନା କରିଥିଲେ।ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ସରକାରୀ,ନୂଆ ସରକାରୀ,ପୂର୍ଣ ଅନୁଦାନ ପ୍ରାପ୍ତ,ନୂତନ ଅନୁଦାନ ପ୍ରାପ୍ତ ଆଦି ବିଦ୍ୟାଳୟରେ ବିଭାଜନ କରି ଶିକ୍ଷକମାନଙ୍କୁ ଅସୁବିଧା ରେ କିଭଳି ସରକାର ପକାଉଛନ୍ତି ତାହା ବର୍ଣ୍ଣନା କରିଥିଲେ। ସମାରୋହରେ ରାଜ୍ୟ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ଦାସ,ରାଜ୍ୟ ଉପସଭାପତି ସରୋଜ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ଅଶୋକ ମହାପାତ୍ର,ପିଟିସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର ବେହେରା, ଜିଲ୍ଲା ସମ୍ପାଦକ ତରଣୀ ସେନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ସମାରୋହରେ ବରିଷ୍ଠ ଶିକ୍ଷକ ତ୍ରିନାଥ ଦେବତା,ଦୈତାରି ସାହୁ,ରାଜକିଶୋର ସାହୁ,ଗଦାଧର ପ୍ରଧାନ,ଭିକାରୀ ଚରଣ ସାହୁ,ପର୍ଶୁରାମ ଛନ୍ଦ, ଦୁର୍ଗାଚରଣ ବିଶୋଇ ଏବଂ ବିନୟ କୁମାର କରଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅନୁଗୁଳ ଓଷ୍ଟା ପକ୍ଷରୁ ୪ର୍ଥ ସାମ୍ବିଧାନିକ ସମ୍ମିଳନୀ
- Post published:September 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul