ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳର ସଫଳତା

You are currently viewing ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳର ସଫଳତା

ଅନୁଗୁଳ: ବାଲେଶ୍ବରଠାରେ ଆୟୋଜିତ ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳକୁ ସଫଳତା ମିଳିଛି। ଅନୁଗୁଳ ଜିଲ୍ଲାର ୨ ଜଣ ଛାତ୍ର ସୋହମ ସାହୁ, ଓ.ପି. ଜିନ୍ଦଲ ସ୍କୁଲ୍‌, ଶାସ୍ତ୍ରୀୟ ଯନ୍ତ୍ର ସ˚ଗୀତ ଏବ˚ ଓଁକାର ତ୍ରିପାଠୀ, ରୋଟାରୀ ପବ୍ଲିକ ସ୍କୁଲ୍‌ ପାରମ୍ପରିକ ଯନ୍ତ୍ର ସ˚ଗୀତରେ ସଫଳତା ଅର୍ଜନ କରି ଜାତୀୟସ୍ତରକୁ ଉନ୍ନୀତ ହୋଇଛନ୍ତି। ଏ ଅବସରରେ ଲିଟିଲ୍‌ ହାର୍ଟସ ଟଡଲର୍ସ ଏକାେଡେମୀ, ଶିମିଳିପଡ଼ା ସ୍କୁଲ୍‌ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା। ଦୁଇ ପ୍ରତିଭାଙ୍କୁ ଅନୁଗୁଳ ଶିକ୍ଷା ଜିଲ୍ଲା ଅଧିକାରିଣୀ କଳ୍ପନା ବେହେରା ସମ୍ବର୍ଦ୍ଧିତ କରିଥିଲେ। ଏହି ସମାରୋହରେ ଲିଟିଲ୍‌ ହାର୍ଟସ ସ୍କୁଲ୍‌ର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ଶର୍ମା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା, ସତ୍ୟବାନ ବେହେରା, ଗୁଣ୍ତିଚାରାଣୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଦେଇଥିଲେ।

Share

Leave a Reply