ଅନୁଗୁଳ : ଭାରତୀୟ ସୈନ୍ୟ ବାହିନୀ ପ୍ରବେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଅନୁଗୁଳ ଜିଲ୍ଲାର ପ୍ରାର୍ଥୀମାନଙ୍କ ପରୀକ୍ଷା ଆସନ୍ତା ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ। ଗୋପାଳପୁର ମିଲିଟାରୀ ଷ୍ଟେସନ୍ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଚଳିତ ମାସ ୨୫ ତାରିଖରେ ଉପଲବ୍ଧ ହେବ।ପ୍ରାର୍ଥୀମାନେ ଏଆରଓ,ସମ୍ବଲପୁରଙ୍କ ଠାରୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୂଚନା ଦେଇଛନ୍ତି।
ଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା
- Post published:June 19, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul