ଅଶାନ୍ତି ନାଏକ ଦୁଷ୍କର୍ମ ମାମଲା: ୨୫ ଦିନ ପରେ ବି ଅଭିଯୁକ୍ତ ଫେରାର, ନ୍ୟାୟ ଦାବିରେ ଡିଆଇଜିଙ୍କୁ ସ୍ମାରକପତ୍ର

You are currently viewing ଅଶାନ୍ତି ନାଏକ ଦୁଷ୍କର୍ମ ମାମଲା: ୨୫ ଦିନ ପରେ ବି ଅଭିଯୁକ୍ତ ଫେରାର, ନ୍ୟାୟ ଦାବିରେ ଡିଆଇଜିଙ୍କୁ ସ୍ମାରକପତ୍ର

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଭାପୁର ବାଣିଆସାହି ଅଞ୍ଚଳରେ ଘଟିଥିବା ୨୩ ବର୍ଷୀୟା ମହିଳା ଅଶାନ୍ତି ନାଏକଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୋଧରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ଗତ ଏପ୍ରିଲ ୨୭ ତାରିଖରେ ସାପୁଆ ନଦୀ କୂଳରେ ଘଟିଥିବା ଏହି ବର୍ବରକାଣ୍ଡକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି। ଏହାକୁ ନେଇ ବିଜୁ ଜନତା ଦଳ ପ୍ରତିନିଧି ଦଳ ଏବଂ ସ୍ଥାନୀୟ ମହିଳାମାନେ ଢେଙ୍କନାଳ ଏସପିଙ୍କୁ ବାରମ୍ବାର ସ୍ମାରକପତ୍ର ଦେଇଥିଲେ ହେଁ ପୋଲିସର ୪୮ ଘଣ୍ଟାର ପ୍ରତିଶ୍ରୁତି ପୂରଣ ହୋଇପାରିନି। ଅଭିଯୁକ୍ତଙ୍କ ଗିରଫଦାରୀରେ ବିଳମ୍ବ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଓ କ୍ରୋଧ ସୃଷ୍ଟି ହୋଇଛି, ଯାହା ପୋଲିସ ପ୍ରଶାସନ ଉପରୁ ଆସ୍ଥା ତୁଟାଇ ଦେଇଛି।

ଏହି ସମ୍ବେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁଗୁଳ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସନର୍ଥ ସେଣ୍ଟ୍ରାଲ ରେଞ୍ଜ (DIG)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା, ସ୍ପେଶାଲ ପୋଲିସ ଟିମ୍ ଗଠନ କରି ନିରପେକ୍ଷ ଓ ଦ୍ରୁତ ତଦନ୍ତ କରିବା ଏବଂ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ସହ ସୁରକ୍ଷା ଯୋଗାଇ ଦେବାକୁ ଦୃଢ ଦାବି କରାଯାଇଛି।

Share

Leave a Reply