ଜିଲ୍ଲାପାଳ ଡାକିଲେ ସମନ୍ୱୟ ବୈଠକ: ସ୍ୱଚ୍ଛ ଭୋଟର ତାଲିକା ପାଇଁ ରାଜନୈତିକ ଦଳଙ୍କୁ ସହଯୋଗ ଅପିଲ୍

You are currently viewing ଜିଲ୍ଲାପାଳ ଡାକିଲେ ସମନ୍ୱୟ ବୈଠକ: ସ୍ୱଚ୍ଛ ଭୋଟର ତାଲିକା ପାଇଁ ରାଜନୈତିକ ଦଳଙ୍କୁ ସହଯୋଗ ଅପିଲ୍

ଅନୁଗୁଳ : ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ।
ଏଥିରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬’ କାର୍ଯ୍ୟକ୍ରମର ସମୟସୂଚୀ ସହ ଏନୁମେରେସନ୍ ଫର୍ମ (EF) ବଣ୍ଟନ, ଭୋଟର ତାଲିକା ସତ୍ୟାପନ ଓ ଦାବି-ଆପତ୍ତି ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଭୋଟର ତାଲିକା ସଂଶୋଧନରେ ବୁଥ୍ ସ୍ତରୀୟ ଅଧିକାରୀ ଓ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ତାଲିକାରୁ ମୃତ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରଙ୍କୁ ଚିହ୍ନଟ କରିବା ସହ ସଚେତନତା ସୃଷ୍ଟି କରିବାରେ ପ୍ରଶାସନକୁ ସହଯୋଗ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରାଯାଇଛି। ଶେଷରେ, ସବୁ ଦଳକୁ ନିଜ ନିଜର ବୁଥ୍ ସ୍ତରୀୟ ପ୍ରତିନିଧି ତୁରନ୍ତ ନିଯୁକ୍ତ କରିବାକୁ ଜିଲ୍ଲା ନିର୍ବାଚନ ଶାଖା ପକ୍ଷରୁ କୁହାଯାଇଛି।

Share

Leave a Reply