ଆଠମଲ୍ଲିକ: ଆଠମଲ୍ଲିକ କ୍ରୀଡ଼ାସ˚ଘ ପକ୍ଷରୁ ଚାଲିଥିବା ଅନ୍ତଃଜିଲ୍ଲା ଆଠମଲ୍ଲିକ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ମଙ୍ଗଳବାର ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଆଠମଲ୍ଲିକକୁ ପ୍ରତିପକ୍ଷ ସୋନପୁର ୩-୧ ଗୋଲ୍ରେ ପରାସ୍ତ କରି ଚାମ୍ପିଅନ୍ହୋଇଥିଲା। ଉଦ୍ଯାପନୀ ସଭାରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କାର ଚେକ୍, ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଉପବିଜେତା ଦଳକୁ ଟ୍ରଫି ଏବ˚ ୧୫ ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଥିଲେ। ସୋନପୁର ଖେଳାଳି ପ୍ରଶାନ୍ତ କିଷାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ରେଫରି ସୁବ୍ରତ ପୁରୋହିତ, ସଲୀଳ ବେହେରା, ଶାଶ୍ବତ ପଣ୍ତା, ଅନିଲ୍ ସାହୁ, ଶେଷଦେବ ବେହେରାଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶିକ୍ଷକ ପ୍ରଦୀପ ବାହୁକ ଖେଳର ଧାରାବିବରଣୀ ଦେଇଥିଲେ। ଆଠମଲ୍ଲିକରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଆଠମଲ୍ଲିକ ଟାଉନ୍ରେ ୭ଟି ବଡ଼ ପୋଖରୀ ଅଛି। ଏଠାରେ ଜଳକ୍ରୀଡ଼ା ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ସାଏ ମୁଖ୍ୟ ଅତିଥିଙ୍କୁ ଅନୁରୋଧ କରିଥିଲେ। ବିଶେଷଜ୍ଞ ଦଳ ଆସି ଏ ସ˚ପର୍କରେ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା, ତହସିଲଦାର ଡ. ସ୍ବରୂପାନନ୍ଦ ସାହୁ ପ୍ରମୁଖଅନ୍ୟତମଅତିଥି ଭାବରେ ଯୋଗ ଦେଇଥିଲେ।
ଆଠମଲ୍ଲିକ କପ୍ ଫୁଟ୍ବଲ୍; ସୋନପୁର ବିଜେତା
- Post published:February 3, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Swagatika Samantray
