ଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

You are currently viewing ଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଆକ୍ରମଣରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଭୀମ ଦେହୁରୀ(୪୬) ନିଜଘରେ ଥିଲେ। ଜମିବାଡ଼ି ବିବାଦ ଯୋଗୁଁ ତାଙ୍କ ସମ୍ପର୍କୀୟ ଭାଇ ଅଜିତ ଦେହୁରୀ(୫୦)ଙ୍କ ପରିବାର ସଦସ୍ୟ ଆସି ଭୀମ ଦେହୁରୀଙ୍କୁ ଗାଳି ଦେଇଥିଲେ। ଭୀମ ଦେହୁରୀ ଏହାର ପ୍ରତିବାଦ କରି ଗାଳିଦେବାରୁ ତାଙ୍କୁ ଓ ତାଙ୍କ ପତ୍ନୀ ଭାରତା(୪୧)ଙ୍କୁ ଅଜିତ, ତାଙ୍କ ପତ୍ନୀ କୁମ(୪୪) ଓ ତାଙ୍କ ପୁଅ ବାବି(୩୦) ସଂଘବଦ୍ଧ ଭାବେ ଠେଙ୍ଗା ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଭୀମ ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ
କୋଶଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Share

Leave a Reply