ଅନୁଗୁଳ: ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ସାପ୍ତାହିକ ବନ ମହୋତ୍ସବ ଉପଲକ୍ଷେ ଆସନ୍ତା ୫ତାରିଖ ଦିନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନଲାଇନ୍ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖାଯାଇଛି। ବ୍ଲକ୍ ନୋଡ଼ାଲ ହାଇସ୍କୁଲ ଜରିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ବହୁ ସଂଖ୍ୟାରେ ପିଲାମାନେ ଯେପରି ସେଥିରେ ଅଂଶଗ୍ରହଣ କରିବେ ସେଥିପ୍ରତି ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି । ଏହି ପ୍ରତିଯୋଗିତା ବିଷୟ ବସ୍ତୁ ‘ଇକୋ ସିଷ୍ଟମ୍ ରିଷ୍ଟୋରେସନ୍ ଆଣ୍ଡ୍ ବନମହୋତ୍ସବ’ ରଖାଯାଇଛି।
୫ରେ ବନ ମହୋତ୍ସବ ଚିତ୍ରାଙ୍କନ ପ୍ରତିଯୋଗିତା
- Post published:July 4, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul