ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ୧୩ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ରାଣୀଗୋଡା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଥିଲେ ଯେ, ଅଧ୍ୟାପିକା ମମିତା ମେହେର ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ, ମମିତା ହତ୍ୟାକାଣ୍ଡ ଘଟଣାକୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ, ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ରେ ବ୍ୟାପକ ଦୁର୍ନୀତି, ମନଇଚ୍ଛା ପ୍ରକଳ୍ପ କରିବା, ଲୋକଙ୍କ ଆବଶ୍ୟକ ନଥାଇ ଶାସକ ଦଳର ଠିକାଦାର ପୋଷିବା ଭଳି ପ୍ରକଳ୍ପ କରିବା, ଟେଣ୍ଡର ନକରି ଡିପାର୍ଟମେଣ୍ଟାଲ କରି ଶାସକ ଦଳର କର୍ମୀଙ୍କୁ ଦ୍ଵାରା କାର୍ଯ୍ୟ କରାଇବା ଏବଂ ସମସ୍ତ ନୀତି ନିୟମକୁ ନ’ ମାନି କାର୍ଯ୍ୟକରା ଯାଉଛି। ଏଭଳି କାର୍ଯ୍ୟ ବିରୁଦ୍ଧରେ ସିଏଜି ଅଡିଟ କରାଯାଉ, ମନେରେଗା ଜିଲ୍ଲାରେ ମେସିନ ମାଧ୍ୟମରେ କାର୍ଯ୍ୟ ହୋଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ଏହାର ସଠିକ ତଦନ୍ତ କରିବା, ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୧୦୦ଟି ସ୍କୁଲକୁ ୩୦ ରୁ ୬୦ଲକ୍ଷ ଟଙ୍କା ଆସିଥିବା ବେଳେ ବିନା ଟେଣ୍ଡରରେ ଶାସକ ଦଳର କର୍ମୀଙ୍କୁ ଠିକା ଦେଉଛନ୍ତି। ସଠିକ ଭାବେ ଟେଣ୍ଡର କରି କାର୍ଯ୍ୟ କରିବା କୁ ବିଜେପି ଦାବୀ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧିକାରୀ ଚୟନ, ସର୍ବସାଧାରଣରେ ତାଲିକା ପ୍ରକାଶନ, ଜନ ନିରୀକ୍ଷଣ କମିଟି ଗଠନ କରି ଘର ଚୟନ ଠାରୁ ଶେଷ ପର୍ଯ୍ୟନ୍ତ ତଦାରଖ କରିବା, ତାଳଚେର ମେଡ଼ିକାଲ କଲେଜକୁ ରାଜ୍ୟ ସରକାର ଏବଂ ଏମସିଏଲ ମଧ୍ୟରେ ପୂର୍ବରୁ ହୋଇଥିବା ଏମଓୟୁ ଅନୁସାରେ ରାଜ୍ୟ ସରକାର ଚଲାଇବା ପାଇଁ ନିଷ୍ପତ୍ତି ନେବା, ଜିଲ୍ଲାର ବିକାଶ ପାଇଁ କ’ଣ କରିବେ ପ୍ରକାଶ କରନ୍ତୁ, କୃଷକମାନଙ୍କ ମଣ୍ଡିର ସମସ୍ୟା ନେଇ କ’ଣ ପଦକ୍ଷେପ ନେଇଛନ୍ତି, ଅନୁଗୁଳ ଜିଲ୍ଲା ସଭାକୁ ଆସିଲେ ସେଠାରେ ସେ ନିଜର ଭାଷଣ ଦେବେ, ଶିଳ୍ପ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ପାଇଁ କି’ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ ଓ ଜିଲ୍ଲାର ସବୁ ଥାନା ବିଜେଡ଼ି କାର୍ଯ୍ୟାଳୟରେ ପରିଣତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗୁଛି ବୋଲି ଶ୍ରୀ ସାମଲ କହିଥିଲେ। ଏହି ସମ୍ମିଳନୀରେ ବିଜେପି ନେତା ରୁଦ୍ର ନାରାୟଣ ପାଣି, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ସୁଦୀପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ସମ୍ମିଳନୀକୁ ସଂଯୋଜନା କରିଥିଲେ।
ଅନୁଗୁଳ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୧୩ଟି ପ୍ରଶ୍ନ
- Post published:November 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
