ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

0

ଅନୁଗୁଳ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଅନୁଗୁଳ ଜିଲ୍ଲା ଶାଖାର ପ୍ରଥମ ଜିଲ୍ଲା ସଂପାଦକ ପ୍ରହ୍ଲାଦ ଭୂତିଆଙ୍କର ବୁଧବାର ସନ୍ଧ୍ୟାରେ ତାଙ୍କ ରାଜକିଶୋରପଡା ସ୍ଥିତ ବାସଭବନରେ ୬୫ବର୍ଷରେ ପରଲୋକ ଘଟିଅଛି । ଶ୍ରୀ ଭୂତିଆ ୧୯୮୨ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ଟାଉନ୍ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ଢେଙ୍କାନାଳକୁ ବଦଳି ହୋଇଥିଲେ । ଠାକୁରଗତ ଉଚ୍ଚ ବିଦ୍ୟାଳୟରୁ ନିଜର ଶିକ୍ଷକତା ଆରମ୍ଭ କରି କୁମଣ୍ଡ ଜରାସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ୨୦୧୪ ମସିହାରେ ଅବସର ଗ୍ରହଣ କରିଥିଲେ । ଅଳ୍ପ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ପୈତୃକ ଗ୍ରାମ ସାକୋସିଂହାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା। ଓଷ୍ଟାର କର୍ମକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଥିଲେ । ତାଙ୍କ ବିୟୋଗରେ ଟାଉନ୍ ଉଚ୍ଚ ବିଦ୍ୟାଳୟ,କୁମଣ୍ଡ ଜରାସିଂହା ଉଚ୍ଚ ବିଦ୍ୟାଳୟ, ଓଷ୍ଟା ଅନୁଗୁଳ ତରଫରୁ ଗଭୀର ଶୋକ ପ୍ରକାଶ କରିବl ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!