ଜାନୁଆରୀ ପହିଲାରୁ ମେଡିକାଲରେ ବାୟୋମେଟ୍ରିକ ଉପସ୍ଥାନ

You are currently viewing ଜାନୁଆରୀ ପହିଲାରୁ ମେଡିକାଲରେ ବାୟୋମେଟ୍ରିକ ଉପସ୍ଥାନ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ତଳିଆ କର୍ମଚାରୀ ସାବଧାନ। ଆସନ୍ତା ଜାନୁଆରୀ ପହିଲାରୁ ମେଡିକାଲରେ ଆରମ୍ଭ ହେବ ବାଇଓମେଟ୍ରିକ ଉପସ୍ଥାନ। ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ଗତ ୧୮ ତାରିଖରେ ଜାରି କରିଥିବା ଏକ ଚିଠି ରେ ଏଥିନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରୋହନ କୁମାର ମହାନ୍ତି ରାଜ୍ୟରେ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀ ମାନେ ମାସ ର ଅଧିକାଂଶ ଦିନ ବେଆଇନ ଭାବେ ଅନୁପସ୍ଥିତ ରହୁଥିବାରୁ ସେ ଏହା ବିରୁଦ୍ଧରେ ଜାତୀୟ ମାନବା ଧିକାର କମିଶନ ନିକଟରେ ଫେରାଦ ହୋଇଥିଲେ। ଏ ପ୍ରସଙ୍ଗ ପରିପ୍ରେକ୍ଷୀ ରେ ସ୍ୱାସ୍ଥ୍ୟ ନିର୍ଦେଶକ ଏଭଳି ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଅନୁଗୁଳ ଏଡିଏମ୍ଓ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କୁ ଏ ପ୍ରସଙ୍ଗ ରେ କହିଛନ୍ତି ଅନୁଗୁଳ ମେଡିକାଲର ଖରାପ ହୋଇ ପଡ଼ିଥିବା ମେସିନ ସଜଡ଼ା ଚାଲିଛି, ଜାନୁଆରୀ ପହିଲା ରୁ ଏହାକୁ କାର୍ଯ୍ୟକାରୀ କରାଯିବ।

Share

Leave a Reply