ଅନୁଗୁଳ: ଅନୁଗୁଳ ଜିଲ୍ଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡ଼ି ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ତତ୍ତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ସମ୍ବଲପୁର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ନଳିନିକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋରେ ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଜିଲ୍ଲା ବିଜେଡି ମହିଳା ସଭାପତି ବିଦ୍ୟୁତଲତା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ପ୍ରକାଶ ଡାଙ୍ଗ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ଛାତ୍ର ଓ ଯୁବ ବିଜୁ ଜନତା ଦଳର ସଭାପତି ଓ ଅନୁଗୋଳ ଜିଲ୍ଲା ବିଜେଡିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ତୃଣମୂଳ ସ୍ତରରୁ ଦଳକୁ ଆହୁରୀ ସଂଗଠିତ କରିବା ଓ ଭାରତ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ବିକାଶର ବାର୍ତ୍ତାକୁ ପ୍ରତି ଘରେ ଘରେ ପହଞ୍ଚାଇବା ନେଇ ଆଲୋଚନା କରାଗଲା। ଏଥି ସହିତ ବିଜୁ ଯୁବ,ଛାତ୍ରା ଓ ମହିଳା ଜନତା ଦଳର ବ୍ଲକ, ପଞ୍ଚାୟତ ଓ ୱାର୍ଡ ସ୍ତରରେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏଥି ସହିତ ଅନୁଗୁଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଯୋନ ପାଇଁ ୨୮ ଜଣ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଥିଲା।
ଅନୁଗୁଳ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- Post published:August 7, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
