ବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

You are currently viewing ବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ହିଂସର ପଞ୍ଚାୟତର ମା’ ଖୁମ୍ବେଶ୍ୱରୀ ପୀଠରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ ହିଂସର ଓ କଞ୍ଜରା ପଞ୍ଚାୟତରୁ ୬୦ରୁ ଅଧିକ ରାଜନୈତିକ କର୍ମୀ ବିଜେଡିରେ ସାମିଲ୍ ହୋଇଥିଲେ । ବିଜୁ ଯୁବ ବନତା ଦଳର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଦଳରେ ସାମିଲ୍ କରାଇଥିଲେ । ବଡ଼ହିଂସର ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ବିପିନ ସାହୁ, ରବୀନ୍ଦ୍ର ସାହୁ ପ୍ରମୁଖ ଶଙ୍ଖ ଧରିଥିବା ବେଳେ ବୁଲା ସାହୁ, ହେମନ୍ତ ସାହୁ, ପ୍ରଦୀପ ସାହୁ ପ୍ରମୁଖ ବିଜେଡିରେ ମିଶିଛନ୍ତି। ସେହିପରି କଞ୍ଜରା ପଞ୍ଚାୟତର ସଞ୍ଜୟ ସେଠୀ, ସଦିଆ ସାହୁ ବିଜେଡିରେ ସାମିଲ୍ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ଜିଲ୍ଲା ପରିଷଦ ସନ୍ତୋଷ କୁମାର ଦାସ, ବିଜେଡି ବରିଷ୍ଠ ନେତା ପରମାନନ୍ଦ ସାହୁ, ମଦନମାହନ ସାହୁ, ଅନୀଲ କୁମାର ପ୍ରଧାନ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଧାୟକଙ୍କ ଦ୍ବାରା କଞ୍ଜରା, ସାନ୍ତରାପୁର ଓ ବଡହିଂସର ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଥିଲା। ସେହି ପରି ବଡ଼ହିଂସର ଗ୍ରାମରେ ୮୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବିଧାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା।

Share

Leave a Reply