ବିଜେପି ଯୁବମୋର୍ଚ୍ଚାର ୫ ମଣ୍ଡଳ କମିଟି ଗଠିତ

You are currently viewing ବିଜେପି ଯୁବମୋର୍ଚ୍ଚାର ୫ ମଣ୍ଡଳ କମିଟି ଗଠିତ

ଅନୁଗୁଳ: ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ୫ଟି ମଣ୍ଡଳ କମିଟି ରବିବାର ଗଠିତ ହୋଇଯାଇଛି। ମଣ୍ଡଳ ସଭାପତି ଓ ଜିଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ବାଇଁଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ନଗର, କିଶୋରନଗର, ବଇଣ୍ଡା, ନାକଚି ଓ ଠାକୁରଗଡ ମଣ୍ଡଳ କମିଟି ଘୋଷଣା ହୋଇଛି । ଆଠମଲ୍ଲିକ ନଗର ମଣ୍ଡଳ ସାଧାରଣ ସମ୍ପାଦକ ଶିବାଶିଷ ରାଉତ, ଉପସଭାପତି ପ୍ରଭାକର କଅଁର ଓ ସିତାଂଶୁ ଜ୍ୟୋତିଶରାୟ, କିଶୋରନଗର ମଣ୍ଡଳ ସାଧାରଣ ସମ୍ପାଦକ ସତୟାନନ୍ଦ ସାହୁ, ଉପସଭାପତି ସୁମନ୍ତ ସ୍ୱାଇଁ ଓ ସରୋଜ ପ୍ରଧାନ, ବଇଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ମଣିସାଗର ପ୍ରଧାନ ଓ ନିରଞ୍ଜନ ସାହୁ, ନାକଚି ମଣ୍ଡଳ ସାଧାରଣ ସମ୍ପାଦକ ସତ୍ୟଜିତ ସାହୁ, ଉପସଭାପତି ରିପୁକାନ୍ତ ସାହୁ ଓ ଚୈତନ୍ୟ ପ୍ରଧାନ ଏବଂ ଠାକୁରଗଡ଼ ମଣ୍ଡଳ ସାଧାରଣ ସମ୍ପାଦକ ସୁମନ୍ତ ମହାପାତ୍ର, ଉପସଭାପତି ରୂପେ ବିଭୂତିଭୂଷଣ ସାହୁ ଓ ନରେନ୍ଦ୍ର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି। କମିଟିରେ ସ୍ଥାନ ପାଇଥିବା ଯୁବନେତାମାନଙ୍କୁ ଜିଲା ଭାଜପା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ, ଭାଗିରଥୀ ପ୍ରଧାନ, ବିଶ୍ବଜିତ ଗାଇଗରିଆ, ମନୋଜ ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply