ଆମ୍ବ ଗୋଟାଇବା ହେଲା କାଳ! ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

You are currently viewing ଆମ୍ବ ଗୋଟାଇବା ହେଲା କାଳ! ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଆମ୍ବ ଗୋଟାଉଥିବା ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟାଙ୍ଗିରି ଗାଁର ବିନୋଦ ବେହେରା।
ସୂଚନା ଅନୁଯାୟୀ, ଗତକାଲି ବିନୋଦ ଚାଷ କାମ ପାଇଁ ଦେବଗଡ଼ ଜିଲ୍ଲା ରତନପୁର ଗାଁକୁ ଯାଉଥିବା କହି ଘରୁ ବାହାରିଥିଲେ। ମାତ୍ର ଆଜି ସକାଳେ ପାଟକମୁଣ୍ଡା ଗାଁର ଝରଣକଟା ନିକଟସ୍ଥ ଯଦୁ ଆମ୍ବତୋଟାରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ସେ ସେଠାରେ ଆମ୍ବ ଗୋଟାଉଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସହ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Share

Leave a Reply