ଆଜି ରାତି ୧୨ଟାରୁ ୨୪ ଘଣ୍ଟା ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ: ଅନଲାଇନ୍ ଔଷଧ ବିକ୍ରି ବିରୋଧରେ UCDAର ବନ୍ଦ ଡାକରା; ଜରୁରୀ ଔଷଧ ଆଗରୁ କିଣିବାକୁ ଅନୁରୋଧ

You are currently viewing ଆଜି ରାତି ୧୨ଟାରୁ ୨୪ ଘଣ୍ଟା ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ: ଅନଲାଇନ୍ ଔଷଧ ବିକ୍ରି ବିରୋଧରେ UCDAର ବନ୍ଦ ଡାକରା; ଜରୁରୀ ଔଷଧ ଆଗରୁ କିଣିବାକୁ ଅନୁରୋଧ

ଭୁବନେଶ୍ୱର: ଅନଲାଇନ୍ ଔଷଧ ବିକ୍ରି ପ୍ରତିବାଦରେ ଆଜି ରାତି ୧୨ଟାରୁ ଆସନ୍ତାକାଲି ରାତି ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ୟୁନାଇଟେଡ୍ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ -UCDA ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ଅଭିଯୋଗ ଅନୁଯାୟୀ, ଅନଲାଇନରେ ଔଷଧ ବିକ୍ରି ପାଇଁ କୌଣସି ପ୍ରାବଧାନ ନାହିଁ। କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ଜରିଆରେ ଅନଲାଇନ୍ ଔଷଧ ବିକ୍ରିକୁ ଅନୁମତି ଦେଇଥିଲେ। ହେଲେ ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ତାହା ପ୍ରତ୍ୟାହାର ହୋଇନାହିଁ।
ଆସୋସିଏସନ୍ କହିଛି, ଅନେକ ଆପତ୍ତିଜନକ ଔଷଧ ବିନା ଡାକ୍ତରୀ ଚିଠାରେ ବିକ୍ରି ହେବା କଥା ନୁହେଁ। କିନ୍ତୁ ଅନଲାଇନରେ ସେସବୁ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

ସେପଟେ ବନ୍ଦ ଯୋଗୁଁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଆବଶ୍ୟକ ଔଷଧ ଆଗରୁ କିଣିନେଇ ସହଯୋଗ କରିବାକୁ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ଅନୁରୋଧ କରିଛି। ବନ୍ଦ ଡାକରାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ସଜାଗ ହୋଇଛି। ସମସ୍ତ ଡ୍ରଗ୍ ଇନସ୍ପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ ଇନସ୍ପେକ୍ଟରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅତ୍ୟାବଶ୍ୟକ ଔଷଧ ମହଜୁଦ ଅଛି କି ନାହିଁ ମନିଟର କରିବାକୁ କୁହାଯାଇଛି। ଜରୁରୀ ସେବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share

Leave a Reply