ବୃଦ୍ଧି ପାଉଛି ହାତୀ ଆକ୍ରମଣ ଘଟଣା: ସପ୍ତାହେ ମଧ୍ୟରେ ଗଲାଣି ୫ ଜୀବନ

You are currently viewing ବୃଦ୍ଧି ପାଉଛି ହାତୀ ଆକ୍ରମଣ ଘଟଣା: ସପ୍ତାହେ ମଧ୍ୟରେ ଗଲାଣି ୫ ଜୀବନ

ଅନୁଗୁଳ: ଜିଲ୍ଲାରେ ହାତୀ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଦୁଇ ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ହାତୀ ଆକ୍ରମଣରେ ୫ ଜଣ ଜୀବନ ହରାଇଲେଣି।

ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ବନ୍ତଳା ଥାନା ଚନ୍ଦନପୁର ଗ୍ରାମର ଭୋଳେଶ୍ୱର ପ୍ରଧାନ (୬୫) ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ କରତପଟା-ପୁରୁଣାଗଡ଼ ରାସ୍ତା ଅବରୋଧ କରିଥିଲେ। ପରେ ବନ ବିଭାଗ ଓ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସେହିପରି ଅନ୍ୟ ଏକ ଘଟଣାରେ, ମଧୁପୁର ଗାଁର ଧୁଳିଆ ଦେହୁରୀ ନାମକ ଜଣେ ବୃଦ୍ଧ ମଧ୍ୟ ଆମ୍ବ ବଗିଚାରେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବାରମ୍ବାର ହେଉଥିବା ହାତୀ ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Share

Leave a Reply