ଅନୁଗୁଳ : ଅନୁଗୁଳ ରେଳ ଷ୍ଟେସନରେ ଗୁରୁବାର ସକାଳେ ଏକ କୋଇଳା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ତାଳଚେରରୁ କୋଇଲା ବୋଝେଇ ହୋଇ ଆସିଥିବା ଏକ ଟ୍ରେନର ବଗିରେ ଅଚାନକ ନିଆଁ ଲାଗିଯାଇଥିବା ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତୁରନ୍ତ ଷ୍ଟେସନ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବିଶେଷ କ୍ଷତି ହୋଇନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି। କୋଇଲା ଉତ୍ତପ୍ତ ହେଇ ଏଭଳି ନିଆଁ ଲାଗିଥାଇପାରେ ବୋଲି ଆଶଂକା କରାଯାଉଛି।
କୋଇଲା ବୋଝେଇ ବଗିରେ ନିଆଁ
- Post published:October 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul