ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ, ଡିସେମ୍ବର ୨୦୨୩ରେ ସରିବ

0

ଅନୁଗୁଳ: ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଗତ ପାଞ୍ଚବର୍ଷ ଧରି ଚାଲୁ ରହିଛି। ଏଥିପାଇଁ କେତେ ଆନ୍ଦୋଳନ, ରାସ୍ତାରୋକ, ଧାରଣା ବି ହେଇ ସାରିଲାଣି। ଜିଲ୍ଲା ପ୍ରଶାସନ ଠାରୁ ରାଜନେତା ଯାଏ ସଭିଏଁ ଏଥିପାଇଁ କେତେ କେତେ ଆବେଦନ ନିବେଦନ ଦସ୍ତଖତ ଅଭିଯାନ ବି କରି ସାରିଛନ୍ତି କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଯେମିତି କଚ୍ଛପ ଗତିରେ ଚାଲିବା କଥା ସେମିତି ଚାଲିଛି। ଖାଲି ଜନସାଧାରଣ ନୁହଁ ରାଜନେତା ବି ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ଓ ଉଦବିଗ୍ନ ମଧ୍ୟ।

ଚଳିତ ବିଧାନସଭା ଚାଲିଥିବା ବେଳେ ଆଠମଲ୍ଲିକ ବିଧାୟକ ଏକ ଅଣତାରକା ପ୍ରଶ୍ନ ୪୦୨ ରେ ଏହି ଚାରିଲେନ ରାସ୍ତା ନିର୍ମାଣ କାର୍ଯ୍ୟର ଅଗ୍ରଗତି,ବିଳମ୍ବର କାରଣ ଏବଂ କେବେ ପୂର୍ଣ୍ଣାଙ୍ଗ ହେବ ସେଥିନେଇ ନିର୍ମାଣ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ କରିଥିଲେ। ବିଧାୟକ ରମେଶ ସାଏଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଶ୍ରୀ ମଲ୍ଲିକ। କଟକ ଅନଗୁଳ ରାସ୍ତାର ୦.୪୦୦ କିମି ରୁ ୬୦.୨୦୦କିମି ରାସ୍ତା ମାର୍ଚ୍ଚ ୨୦୧୮ ରେ ଆରମ୍ଭ ହୋଇଥିଲା, ଜୁଲାଇ ୨୦୨୦ ରେ ସରିବା କଥା କିନ୍ତୁ ୬୧ ପ୍ରତିଶତ କାମ ସରିଛି, ଏହି ଫେଜ ଜୁନ ୨୦୨୩ ସରିବ। ଦ୍ଵିତୀୟ ଫେଜ ୬୦.୨୦୦ କିମି ରୁ ୧୧୨.୦୦୦ କିମି ମାର୍ଚ୍ଚ ୨୦୧୮ ରେ ଆରମ୍ଭ ହୋଇଥିଲା, ସେପ୍ଟେମ୍ବର ୨୦୨୦ ରେ ସରିବା କଥା କିନ୍ତୁ ସରିବ ଡ଼ିସେମ୍ବର ୨୦୨୩ ରେ ଏହି ଅଂଶର ମାତ୍ର ୫୧ ପ୍ରତିଶତ କାର୍ଯ୍ୟ ସରିଛି। ଶେଷ ଫେଜ ୧୧୨.୦୦୦କିମି ରୁ ୨୬୫.୦୦୦କିମି ରାସ୍ତା ମାର୍ଚ୍ଚ ୨୦୧୭ ରେ ଆରମ୍ଭ ହୋଇଥିଲା,ସେପ୍ଟେମ୍ବର ୨୦୧୯ ରେ ସରିବା କଥା କିନ୍ତୁ ଏହାର ୭୧ ପ୍ରତିଶତ କାର୍ଯ୍ୟ ସରିଛି। ଏହି ଫେଜ ମଧ୍ୟ ଡ଼ିସେମ୍ବର ୨୦୨୩ ରେ ସରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ ବିଳମ୍ବର କାରଣ ରୂପେ କରୋନା ମହାମାରୀ, ଅସମୟ ବର୍ଷା ଓ ରାସ୍ତା ଦେଇ ବନ୍ୟ ଜନ୍ତୁ ଚଳାଚଳକୁ ଦାୟୀ କରିଛନ୍ତି।

Leave A Reply

Your email address will not be published.

error: Content is protected !!