କୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

You are currently viewing କୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

 

ଅନୁଗୁଳ: ଅନୁଗୁଳ କ୍ରିକେଟ ପାଇଁ ଏକ ଭଲ ଖବର। ୨୦୨୪-୨୫ ବର୍ଷ କୁଚ ବିହାର ଟ୍ରଫି ପାଇଁ ଓଡ଼ିଶା ଦଳର ଖେଳାଳୀ ଚୟନ ହୋଇଛି। ଓଡ଼ିଶା ଜୁନିଅର ଟିମ୍ ର ମୁଖ୍ୟ ଚୟନକର୍ତ୍ତା ନଟରାଜ ବେହେରା ଏବଂ ମୁଖ୍ୟ କୋଚ ପ୍ରଭଞ୍ଜନ ମଲ୍ଲିକ ଆଜି ୧୮ ଜଣିଆ ଓଡ଼ିଶା ଦଳର ଖେଳାଳୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଦଳର ନେତୃତ୍ୱ ନେବେ ଅନୁଗୁଳର ବହୁ ପ୍ରତିଭାବାନ ବ୍ୟାଟର ଶ୍ରେୟାଂଶ ଭରଦ୍ୱାଜ। ଗତ ବିନୁ ମଙ୍କଡ ଟ୍ରଫିରେ ଶ୍ରେୟଂଶଙ୍କ ଆକର୍ଷଣୀୟ ପ୍ରଦର୍ଶନ ସିଲେକ୍ଟର୍ ମାନଙ୍କୁ ପ୍ରଭାବିତ କରିଥିଲା।

ଏଥି ସହ ଅନୁଗୁଳ ଆଉ ଜଣେ ପ୍ରତିଭାବାନ ଖେଳାଳୀ ମୋକ୍ଷିତ୍ ପାନିକଲ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ଆଗାମୀ କୁଚ ବିହାର ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ଭଲ ହେଉ ଏଟିଭି ଏତିକି କାମନା କରୁଛି।

Share

Leave a Reply