ଅନୁଗୁଳରେ ଟିକାକରଣ ଆରମ୍ଭ

You are currently viewing ଅନୁଗୁଳରେ ଟିକାକରଣ ଆରମ୍ଭ

ଅନୁଗୁଳ : ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଶନିବାର ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଚିକିତ୍ସାଳୟର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ସାହୁ ପ୍ରଥମେ ଟିକା ନେଇଛନ୍ତି । ଶନିବାର ଜିଲ୍ଲାର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦୁଇଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୦୦ ଲେଖାଏଁ ଟିକା ଦିଆଯିବାର କରାଯାଇଛି। ଜିଲ୍ଲାର ୭୩୨୬ ଜଣ କରୋନା ଟିକା ନେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୫ ଜଣିଆ ଭେକସିନେଶ ଟିମ ସହ ୨୦୧ ଜଣ ଭେକସିନେଟର ନିୟୋଜିତ ହୋଇଛନ୍ତି ।

Share

Leave a Reply