‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା ବେଳେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କରୋନାର ଉଗ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳ ସହରରେ ଏକ କୋଭିଡ୍ ହସ୍ପିଟାଲ୍ ଖୋଲିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଅନୁଗୁଳ ସହରବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଟାଟା ଷ୍ଟିଲ୍‌ ସହଭାଗିତାରେ ଅନୁଗୁଳରେ ଏକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରାଯାଉ। ଏଥିରେ ଉଭୟ ଅକ୍ସିଜେନ୍ ଓ ଆଇସିୟୁ ସୁବିଧା ଉପଲବ୍ଧ କରିବା ପାଇଁ ସେ ଚିଠିରେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦେଶ କରୋନାର ଦ୍ବିତୀୟ ଲହରୀ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଡାଳଚେର ଠାରେ ଏମ୍ ସି ଏଲ୍‌ ସହଯୋଗରେ କୋଭିଡ୍ ହସ୍ପିଟାଲ ଖୋଲାଯାଇଥିବାରୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

 

Leave A Reply

Your email address will not be published.

error: Content is protected !!