ବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

You are currently viewing ବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

ଅନୁଗୁଳ: ସ୍ଥାନୀୟ ୧୯ ନମ୍ବର ୱାର୍ଡ ନିକଟସ୍ଥ ବସ୍ତିର ବିଭିନ୍ନ ସମ୍ପର୍କରେ ଆଜି ପୌରପାଳିକାର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି।

ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଜାଗା ମିଶନରେ କିଛି ଲୋକଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏହି ସୁବିଧା ପାଇପାରୁନାହାନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ସେହିପରି ପାଣି ନିଷ୍କାସନ ପାଇଁ ନାଳର ବି ସୁବିଧା ନାହିଁ। ଏଣୁ ପୌରପାଳିକା ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି। ବସ୍ତିକୁ ପୌରପାଳିକାରେ ଅନ୍ତର୍ଭୁକ୍ତ କରାଇ ନାମକରଣ ପାଇଁ ମଧ୍ୟ ଏ ଅବସରରେ ଦାବି କରାଯାଇଥିଲା।

ସମସ୍ତ ଦାବି ଶୁଣିସାରିବା ପରେ ଖୁବ ଶୀଘ୍ର ଜାଗା ଚିହ୍ନଟ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦାବି ପତ୍ର ପ୍ରଦାନ ବେଳେ କାଉନସିଲରଙ୍କ ସମେତ ଜୟନ୍ତ ଜେନା, ମୁକେଶ ଭୁତିଆ, ପ୍ରସନ୍ନ ଦଳ ବେହେରା, ରାମଚନ୍ଦ୍ର ଜେନା, ସୁମିତ୍ରା ସାହୁ, କୁନି ବିଶ୍ୱାଳ, ସୁଷମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply