୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

You are currently viewing ୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୋଳ ଜିଲ୍ଲା ସମିତିର ଆୟୋଜନରେ ୧୫୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ୮୦ତମ ସ୍ୱାଧୀନତା ଦିବସ ଏବଂ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ସକାଳ ୧୦ ଟାରେ ବିଜୁ ମୈଦାନରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଥାନା ଛକ, ରାଜା ଛକ, ବଜାର ଛକ, ହରିମୋହରୀ ଛକ ଦେଇ ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚିଥିଲା। ସେଠାରେ ସମସ୍ତେ ସମବେତ ସ୍ୱରରେ ‘ବନ୍ଦେ ମାତରମ୍’ ଗାନ କରି ଶୋଭାଯାତ୍ରାର ପରିସମାପ୍ତି କରିଥିଲେ। ଏହି ଶୋଭାଯାତ୍ରାରେ ଅନୁଗୁଳ ନଗରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ। ଶୋଭାଯାତ୍ରା ସମୟରେ “ଭାରତ ମାତା କୀ ଜୟ”, “ବନ୍ଦେ ମାତରମ୍”, “ହର ଘର ତିରଙ୍ଗା” ଭଳି ସ୍ଲୋଗାନ ଦିଆଯାଇ ଜନସଚେତନତା କରାଯାଇଥିଲା। ଏହି ଅବସରରେ ଏବିଭିପି ରାଜ୍ୟ ସହ ସମ୍ପାଦକ ଆଶିଷ କୁମାର ବେହେରା କହିଲେ, “ହର ଘର ତିରଙ୍ଗା ଅଭିଯାନକୁ ସଫଳ କରିବା ଏବଂ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ହିଁ ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ”।

ଏହି କାର୍ଯ୍ୟକ୍ରମରେ ଅଭିଳାଷ ତ୍ରିପାଠୀ, ସତ୍ୟବ୍ରତ ପ୍ରଧାନ, ଆକାଂକ୍ଷା ପ୍ରଧାନ, ତପସ୍ୱିନୀ ସାହୁ, ସ୍ୱିଟି ବେହେରା, ମୁଦ୍ରିକା, ତପନ ସାମଲ, ସଚିନ ପ୍ରଧାନ, ସସ୍ମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply