“ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ

You are currently viewing “ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ
Oplus_16908288

ଅନୁଗୋଳ:କିଛି ଦିନ ହେବ ଅନୁଗୋଳ ଜିଲ୍ଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ADCCI)ର କର୍ମକର୍ତ୍ତାମାନଙ୍କ ଦବଙ୍ଗଗିରି ସହରରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏ ଘଟଣା ନେଇ ଏଟିଭି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଥିଲା, ଯାହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି ଏବଂ ସେମାନଙ୍କ ନିରପେକ୍ଷ ମନ୍ତବ୍ୟ ମଧ୍ୟ ଦେଇ ଚାଲିଛନ୍ତି। ତେବେ ଜଣେ କର୍ମକର୍ତ୍ତା ‘ଆମେ କେବଳ ଲୋକଙ୍କୁ ଦେଇଥାଉ କିନ୍ତୁ କାହାଠାରୁ କିଛି ନେଉନା’ ମନ୍ତବ୍ୟ ଦେବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ କହି ରଖୁଛୁ ଯେ ବଣିକ ସଂଘର ଶହ ଶହ ମେମ୍ବର ଅଛନ୍ତି। ଉତ୍ସବ ମନାଇଲା ବେଳେ ବ୍ୟବସାୟୀର ସାମର୍ଥ୍ୟ ଥାଉ ନଥାଉ ତାଙ୍କଠୁ ମୋଟା ଅଙ୍କର ଚାନ୍ଦା ସଂଗ୍ରହ କରାଯାଏ।

ଜଣେ ମଧ୍ୟବିତ୍ତ ବ୍ୟବସାୟୀଙ୍କୁ ଗତ ଉତ୍ସବରେ କେତେ ଚାନ୍ଦା ପଡ଼ିଥିଲା, ତାହା ଆମେ ଦେଖାଇବାକୁ ଚେଷ୍ଟା କରିଛୁ। ଏହିଭଳି ମୋଟା ଅଙ୍କର ଚାନ୍ଦାରୁ କର୍ମକର୍ତ୍ତା ମଉଜ ମଜ୍ଲିସ୍ କରୁଥିବା ବେଳେ
ବିଚରା ଛୋଟ ଦୋକାନୀମାନେ ଯେଉଁଠି କି ସେଇଠି ପଡ଼ି ରହିଥାନ୍ତି। ରାଜନୈତିକ ସମ୍ପର୍କ ବଢ଼ାଇ ନିଜର ଅସଲ ସ୍ୱାର୍ଥ ହାସଲ କରି ନେଉଥିବା ବେଳେ ଛୋଟ ଓ ମଧ୍ୟବିତ୍ତ ବ୍ୟବସାୟୀଙ୍କ କୌଣସି ଲାଭ ହୋଇ ନଥାଏ। ଜିଏସଟି ସମସ୍ୟା ହେଉ କି ବ୍ୟାଙ୍କ୍ ଲୋନ୍ କି ସେ ଟ୍ରେଡ ଲାଇସେନ୍ସ, ଅନ୍ୟ ସମସ୍ୟା ଛୋଟ ଦୋକାନୀ ତାର ଓକିଲ ଧରି କାମ କରାଇ ନେବାକୁ ଉଚିତ୍ ମଣିଥାଏ।

ଏଣେ କିଛି ବଡ଼ ବଡ଼ିଆ ବ୍ୟବସାୟୀ ତାଙ୍କର ବା ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ଦୋକାନ ଘରର ମାଲିକାନା ସ୍ୱତ୍ତ୍ୱ କେମିତି ବଦଳାଇ ଦେଇ ହେବ, ବିଲ୍ଡିଙ୍ଗ ପ୍ଲାନ୍ ନିୟମ ଭାଙ୍ଗି ମଲ୍ ଗଢ଼ି ତାକୁ କିଭଳି ଆଇନଗତ କରାଯିବ ସେଥିପାଇଁ ରାଜନୈତିକ ଅସ୍ତ୍ରକୁ ବ୍ୟବହାର କରି ଫାଇଦା ନେବାକୁ ଚେଷ୍ଟା କରନ୍ତି। ବିଚରା ଛୋଟ ଓ ମଧ୍ୟବିତ୍ତ ଦୋକାନୀର ଏଥିରେ କୌଣସି ଲେନ ଦେନ୍ ନଥାଏ। ତେଣୁ ବଣିକ ସଂଘ ନିଜକୁ ସଂଯତ କରି ସବୁ ବ୍ୟବସାୟୀଙ୍କ କଲ୍ୟାଣରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

Share

Leave a Reply