ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ

You are currently viewing ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Oplus_16908288

ଅନୁଗୋଳ: କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପିତୃମାତୃହୀନ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପୋଷ୍ୟ କନ୍ୟା ଭାବେ ରଖିଥିବା ଦମ୍ପତିଙ୍କ ନାଁରେ ସାଙ୍ଘାତିକ ନିର୍ଯାତନା ଅଭିଯୋଗ ହୋଇଛି। ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ ପୋଷ୍ୟ ବାପା-ମାଆ ତାଙ୍କୁ ନିର୍ଯାତନା ଦେଉଥିବା ନାବାଳିକା ଜଣକ ପ୍ରକାଶ କରିଛନ୍ତି।

ନିର୍ଯାତନା ସହି ନ ପାରି ନାବାଳିକା ଜଣକ ଘରୁ ବାହାରି ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ସମ୍ବଲପୁରସ୍ଥ ଦାଦାଙ୍କ ଘରକୁ ଯାଉଥିଲେ। ଅନ୍ୟପଟେ ପୋଷ୍ୟ ପିତାମାତା ଓଲଟପୁର ଥାନାରେ ନିଖୋଜ ଅଭିଯୋଗ କରିବା ପରେ, ପୋଲିସ ମୋବାଇଲ୍ ଫୋନ୍ ଟ୍ରାକିଂ କରି ଅନୁଗୋଳ ଷ୍ଟେସନରେ ରେଲୱେ ଚାଇଲ୍ଡ ଲାଇନ୍ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
ବର୍ତ୍ତମାନ ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକାଙ୍କୁ ପଚରାଉଚରା କରାଯାଉଥିବାବେଳେ ଆଇନଗତ ପ୍ରକ୍ରିୟା ଅନୁଯାୟୀ ତାଙ୍କର ଥଇଥାନ ବ୍ୟବସ୍ଥା କରାଯାଉଛି।

Share

Leave a Reply