ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି

You are currently viewing ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦାବିରେ ପାଳଲହଡ଼ା ବିଜେଡି ପକ୍ଷରୁ ବୁଧବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ପୂର୍ବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଏନ୍‌ଜିଓକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଅନିୟମିତତା ଯୋଗୁଁ ସଂସ୍ଥା ଜୁଲାଇ ୩୧ରେ ଓହରିଯାଇଥିଲା। ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଅଧୀନ ହୋଇଥିଲେ ହେଁ ଡାକ୍ତର ନଥିବାରୁ ପାଞ୍ଚଟି ପଞ୍ଚାୟତର ହଜାର ହଜାର ଲୋକ ଚିକିତ୍ସାସେବାରୁ ବଞ୍ଚିତ ହେଉଛନ୍ତି।

ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନ ନିଆଗଲେ ଅଞ୍ଚଳବାସୀଙ୍କୁ ସାଙ୍ଗରେ ନେଇ ଜୋରଦାର ଜନଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି। ଏହି ପ୍ରତିନିଧି ଦଳରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ସଭାପତି ରଞ୍ଜିତ ବିଶ୍ଵାଳ, ନରେନ୍ଦ୍ର କୁମାର ଭୁକ୍ତା ଓ ସାବିତ୍ରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply