ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପକ୍ଷରୁ ନବନିଯୁକ୍ତ ତିନିଜଣ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରାଯାଇଛି। ଅନୁଷ୍ଠାନରେ ଆୟୋଜିତ ଏହି ସ୍ୱାଗତ ସମାରୋହରେ ମଧୁମିତା ଦାଶ, ରାଜେଶ କୁମାର ଭୋଇ ଏବଂ ମମତା ମଞ୍ଜରୀ ସାହୁ ଯୋଗଦେଇଥିଲେ।
ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ଏକ ସୁନ୍ଦର ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ନୂତନ ସହକର୍ମୀମାନଙ୍କର ବହୁମୁଖୀ ଅଭିଜ୍ଞତା, ଜ୍ଞାନ ଓ ସୃଜନଶୀଳତା ଅନୁଷ୍ଠାନର ଶିକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକୁ ଆହୁରି ଅଧିକ ସମୃଦ୍ଧ କରିବ ବୋଲି ଆଶାପ୍ରକାଶ କରାଯାଇଛି। “ନୂତନ ସଦସ୍ୟ, ନୂତନ ଶକ୍ତି ଏବଂ ନୂତନ ସମ୍ଭାବନା” ସହ ଉତ୍କର୍ଷ ଦିଗରେ ଏହା DIET ଅନୁଗୋଳର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ଅନୁଷ୍ଠାନ ପକ୍ଷରୁ ସମସ୍ତ ନୂତନ ସହକର୍ମୀଙ୍କୁ ହାର୍ଦ୍ଦିକ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।











