ଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

0

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ ଜିଲ୍ଲାର ପ୍ରଥମ ଇ-ଟଏଲଟ ସ୍ଥାନୀୟ ସଂଜୀବନୀ ମାର୍କେଟରେ ଶୁକ୍ରବାର ଉଦଘାଟିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଏହି ଇ- ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ କମାଣ୍ଡ ବ୍ୟବସ୍ଥା ରହିଛି l ଟଙ୍କିକିଆ କଏନ ଦେଇ ଏହି ଟଏଲେଟକୁ ବ୍ୟବହାର କରିହେବ। ଏହି ଇ-ଟଏଲେଟ ଏକ ସୁସ୍ଥ, ସୁନ୍ଦର ତଥା ଅନୁପମ ଅନୁଗୁଳ ଗଠନ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକଟ କରାଯାଇଛି। କିନ୍ନର ସ୍ଵୟଂ ସହାୟିକା ଗୋଷ୍ଠୀ ‘ସପ୍ତରଙ୍ଗ’କୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!