ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

You are currently viewing ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ସହ କିପରି ପ୍ରଚାର ପ୍ରସାର ହୋଇପାରିବ ତାହା ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଏହାସହ ମନ୍ଦିର ପରିସରରେ ଏକ ପାର୍କ କରିବା ପାଇଁ ଜଙ୍ଗଲ ବିଭାଗକୁ ଦାୟିତ୍ବ ଦେଇଛନ୍ତି। ଯଦୁପୁର ଗ୍ରାମ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଚଉଡ଼ା କରାଯିବ। ଏହି ଅବସରରେ ସେଠାରେ ପାର୍କ ନିର୍ମାଣ କରିବା ପାଇଁ ମଧ୍ୟ ଭୂମି ପୂଜନ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ତହସିଲଦାର ଡ. ସ୍ବରୂପା ନନ୍ଦ ସାହୁ, ଆଠମଲ୍ଲିକ ଥାନା ଅଧିକାରୀ ପ୍ର୍ରିୟବ୍ରତ ଦାଶ, ସରପଞ୍ଚ ବିଶ୍ବମ୍ବର ବେହେରା, ସୁଧା˚ଶୁ ଗାଈଗାରିଆଙ୍କ ସମେତ ଯଦୁପୁର ଗ୍ରାମବାସୀ ଉପସ୍ଥିତ ଥିଲେ। ପରେ ବିନିକେୟୀ ମନ୍ଦିରକୁ ଯାଇ ସେଠାରେ ମଧ୍ୟ କିଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Share

Leave a Reply