ବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

0

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ସ୍ୱାମୀ ଓ ଶାଶୁଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ଓ ତାଙ୍କ ବାପଘର ଲୋକ।

ଅଭିଯୋଗ ମୁତାବକ, କୁଣ୍ଢେଈଗୋଳ ଥାନା ତୁଟାବାରୀ ଗାଁର ରିଙ୍କି ସାହୁ ଏକ ବର୍ଷ ତଳେ ବୈଦିକ ରୀତିରେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଟଙ୍କଧର ନାୟକଙ୍କ ପୁଅ ବିକାଶ କୁମାର ନାୟକଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ଠିକଠାକ ଚଳିବା ପରେ ଯୌତୁକ ଦାବିକରି ସ୍ୱାମୀ ବିକାଶ ଓ ଶାଶୁ ଗୀତାଞ୍ଜଳି ନାୟକ ରିଙ୍କିଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ। ଗତକାଲି ସେମାନେ ରିଙ୍କିକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ଠିକ ସେହି ସମୟରେ ରିଙ୍କିଙ୍କ ବାପା ଭୁବନ ସାହୁ ଝିଅ ଶାଶୁ ଘରେ ପହଞ୍ଚି ତାକୁ ଉଦ୍ଧାରକରୀ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଯୌତୁକ ନିର୍ଯାତନା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୋଲିସ ବିକାଶ ଓ ଗୀତାଞ୍ଜଳିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!