ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଡିପିଏସର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷୟିତ୍ରୀ ଦୀପ୍ତି ଗାଙ୍ଗୁଲିଙ୍କ ଶୁକ୍ରବାର କଲିକତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।ସେ ଅମଲାପଡ଼ାରେ ରହୁଥିଲେ। ମୃତ୍ୟୁ ବେଳକୁ ଦିପ୍ତିଙ୍କ ଦୁଇ ପୁଅ ବୋହୁ ଉପସ୍ଥିତ ଥିଲେ।ସ୍ବର୍ଗତ ଦୀପ୍ତିଙ୍କ ସ୍ବାମୀ ଡାକ୍ତର ପ୍ରସନ୍ନ ଗାଙ୍ଗୁଲିଙ୍କ ପୂର୍ବରୁ ଦେହାନ୍ତ ହୋଇସାରିଛି।
ଅବସରପ୍ରାପ୍ତ ଡିପିଏସ୍ ଶିକ୍ଷୟିତ୍ରୀଙ୍କ ପରଲୋକ
- Post published:March 25, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul