ଅନୁଗୁଳ: ଓଡିଆ ଘରେ ସବୁଠୁ ବଡ ପର୍ବ ରଜ । ହେଲେ ପର୍ବପର୍ବାଣୀରେ ସତେ ଯେମିତି ପୂର୍ଣ୍ଣଛେଦ ପକାଇଛି କରୋନା ମହାମାରୀ । ସହର କଥା ଛାଡନ୍ତୁ ଗାଁ ଗହଳିରେ ବି ସରକାରୀ କଟକଣା ଓ କରୋନା ମହାମାରୀ ପାଇଁ ସମସ୍ତେ ରଜ ମଉଜକୁ ଅନେଇ ଚାହିଁଥିଲେ ।ଫିକା ପଡିଛି ରଜ ମଉଜ । ଫାଙ୍କା ପଡିଛି ଗାଁ ଦାଣ୍ଡ । ଘରେ ରହି ଲୋକେ ନାଁକୁ କେବଳ ରଜ ପାଳିଛନ୍ତି । କାଁଭାଁ କେହି ସାହି ପଡିଶାରେ ମିଳିତ ଭାବେ ରଜ ପାଳିବାରେ ନଜରକୁ ଆସିଛି । ସହରାଂଚଳରେ ରଜ ପର୍ବର ଏତେଟା ଝଲକ ମିଳିପାରିନାହିଁ ।
କରୋନା ଚଡକରେ ଫିକା ପଡିଲା ରଜ
- Post published:June 14, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Sanjeeb Biswal

Tags: Angul