ବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

You are currently viewing ବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ଗତ ଗୁରୁବାର ବିଳମ୍ବିତ ରାତିରେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ କଳସ ଶୋଭାଯାତ୍ରାରେ ନିକଟସ୍ଥ ସାପ୍ତାହିକ ହାଟ ପାଖରେ ଥିବା ପୁଷ୍କରିଣୀରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି କଳସରେ ପବିତ୍ର ଜଳ ସଂଗ୍ରହ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା’ ଙ୍କ ମୃଣ୍ମୟ ମୂର୍ତ୍ତିରେ ଜୀବନ୍ୟାସ କରାଯାଇଥିଲା।

କମିଟି ପକ୍ଷରୁ ମଣ୍ଡପର ଆଭ୍ୟନ୍ତରୀଣ ଓ ବାହ୍ୟପାର୍ଶ୍ଵକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଛି। ଅଞ୍ଚଳରେ ଏହା ଏକମାତ୍ର ପୂଜା ହେଇଥିବାରୁ ସନ୍ଧ୍ୟା ହେଲେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଆସନ୍ତା ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଭୋଗ ଆୟୋଜନ ହେବ ଓ ବୁଧବାର ମା’ଙ୍କୁ ବିସର୍ଜନ କରାଯିବ ବୋଲି କମିଟି ସଭାପତି ରୁଦ୍ରନାରାୟଣ ସିଂହ ଓ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Share

Leave a Reply