ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

You are currently viewing ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବନ୍ତଳା ଥାନା ଅଧୀନସ୍ଥ ଜାମ୍ବୁ ଗାଡ଼ିଆ ଗ୍ରାମର ପବିତ୍ର ନାଏକଙ୍କ ପୁଅ ନବ ନାଏକ (୩୦)।

ସୂଚନା ମୁତାବକ, ଆଜି ସକାଳେ ନବ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ହେଲଥ କରିଡର ଉପରେ ପଡ଼ିଥିଲେ। ପାଖରେ ଚପଲ ଏବଂ ସାଇକେଲ ଥିଲା। ଏହା ଦେଖି ସ୍ଥାନୀୟ ବାସୀ ସଙ୍ଗେ ସଙ୍ଗେ ଟାଉନ୍ ଥାନାକୁ ଖବର୍ ଦେଇଥିଲେ। ପୋଲିସ ପହଞ୍ଚି ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ଗାଁରେ ଦେଇଥିବା ଦୋକାନ ପାଇଁ ନବ ଗତ କାଲି ଠାରୁ ଅନୁଗୁଳକୁ ସଉଦା କିଣିବାକୁ ଆସିଥିଲେ। କାଲି ଦିନ ଦୁଇଟା ବେଳେ ଘରକୁ ଫୋନ କରି ଆଜି ଯିବି ନାହିଁ ଆସନ୍ତାକାଲି ଘରକୁ ଯିବି ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ନବଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାରକୁ ଖବର ଦେଇ ଅଧିକ ତଦନ୍ତ ଆରମ୍ଭ କରିଛି।

Share

Leave a Reply