ଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

You are currently viewing ଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

ଥିରୁଭନନ୍ତପୁରମ: ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ରେକର୍ଡ ବିଜୟ ହାସଲ କରିଛି। ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବ୍ୟବଧାନରେ ଭାରତ ମ୍ୟାଚ ଜିତିଛି। କେରଳର ଥିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୧୭ ରନରେ ମ୍ୟାଚ୍ ଜିତିଛି। ଏଥି ସହିତ ଟିମ୍ ଇଣ୍ଡିଆ ଶୃଙ୍ଖଳାକୁ ୩-୦ରେ ବିଜୟ ହାସଲ କରିଛି।

ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ବିରାଟ କୋହଲି ଓ ଶୁଭମନ ଗିଲ୍ ଶତକ ହାସଲ କରି ଦଳର ସ୍କୋରକୁ ୩୯୦ରେ ପହଞ୍ଚାଇଥିଲେ। ସେହିପରି ବୋଲିଂ କ୍ଷେତ୍ରରେ ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଦ୍ରୁତ ବୋଲିଂରେ ଶ୍ରୀଲଙ୍କା କ୍ରମାଗତ ଭାବେ ୱିକେଟ୍ ହରାଇଥିଲା।

ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ୩୯୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଦଳର ଆଗଧାଡ଼ିର ୫ ଜଣ ଖେଳାଳି ସ୍କୋର୍ ୩୭ ରନରେ ଆଉଟ୍ ହୋଇସାରିଥିଲେ। ୫୦ ରନ୍ ବେଳକୁ ଶ୍ରୀଲଙ୍କା ଟିମ୍ ୭ଟି ୱିକେଟ୍ ହରାଇ ସାରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମହମ୍ମଦ ସାମି ଓ କୁଲଦୀପ ଯାଦବ ୨-୨ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନରେ ସମସ୍ତ ୱିକେଟ୍ ହରାଇଥିଲା।

Share

Leave a Reply